• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)

ଏହି ବ୍ୟବସ୍ଥାରେ ଏଫ. ପି. ଏସ. ନେଟୱାର୍କ ମାଧ୍ୟମରେ ଅଧିକ ସଂଖ୍ୟକ ବ୍ୟକ୍ତି ତଥା ନିର୍ଦ୍ଧାରିତ ହିତାଧିକାରୀଙ୍କ ପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ସୁନିଶ୍ଚିତ କରାଇବା ।

ପ୍ରବର୍ତ୍ତନ

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଥିବା ଦ୍ରବ୍ୟର କଳାବଜାରୀକୁ ରୋକିବା ପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ନିୟମ- ୧୯୫୫ (Essential Commodities Act-1955) ଏବଂ ବି.ପି.ଏମ.ଏସ. ନିୟମର ବିଭିନ୍ନ ଧାରା ଓ ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରିବା ।

ଧାନ ସଂଗ୍ରହ

ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ପ୍ରଦାନ ସହିତ ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣିବା ସହିତ ସେମାନଙ୍କ କଷ୍ଟ ଓ ଅସୁବିଧାକୁ ଦୂର କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ।

ଖାଉଟି କଲ୍ୟାଣ

ସାଧାରଣ ଜନତାଙ୍କ ମଧ୍ୟରେ ଭି.ସି.ଓ. ମାଧ୍ୟମରେ ସଚେତନତା ଅଭିଯାନ ଚଳାଯିବ, ଯାହା ଦ୍ଵାରା କି ସେମାନେ ଯୋଗାଣର ମାନ, ଯୋଗାଣର ଅନୁପାତ, ଅତ୍ୟାବଶ୍ୟକୀୟ ଦ୍ରବ୍ୟର ବିତରଣ ଦିବସମାନଙ୍କ ବାବଦରେ ଜାଣିବା ସହିତ ଏ ଦିଗରେ ସାବଧାନତା ଅବଲମ୍ବନ କରିପାରିବେ ।

ଗତିବିଧି ଓ କାର୍ଯ୍ୟକଳାପ

  • ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ବି.ପି.ଏଲ. ଚାଉଳ, ଅନ୍ତୋଦୟ ଅନ୍ନ ଯୋଜନା ଚାଉଳ, ଅନ୍ନପୂର୍ଣ୍ଣା ଚାଉଳ, ବି.ପି.ଏଲ. ଚିନି, ଏ.ପି.ଏଲ. ଗହମ ତଥା କିରୋସିନ ତେଲର ମାସିକିଆ ନିର୍ଦ୍ଧିଷ୍ଟ କୋଟା ନିର୍ଦ୍ଧାରିତ କରିଛନ୍ତି । ଏଗୁଡିକ ସର୍ବନିମ୍ନ ମୂଲ୍ୟରେ ଓ ନିର୍ଦ୍ଧିଷ୍ଟ ଅନୁପାତରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ତଥା ଅନ୍ତୋଦୟ ଯୋଜନା ଏବଂ ଅନ୍ନପୂର୍ଣ୍ଣା ବର୍ଗରେ ଥିବା ଖାଉଟି ଏବଂ ଦାରିଦ୍ର୍ୟ ସୀମାରେଖା ଉପରେ ଥିବା (ଏ.ପି.ଏଲ.) ବର୍ଗର ଗ୍ରହକଙ୍କୁ ବଣ୍ଟନ କରାଯାଉଛି । ନିର୍ଦ୍ଧାରିତ ଅତ୍ୟାବଶ୍ୟକୀୟ ଖାଉଟି ଦ୍ରବ୍ୟଗୁଡିକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ନେଟୱାର୍କ ମାଧ୍ୟମରେ ଉଠାଯାଇ ଷ୍ଟୋରେଜ ଏଜେଣ୍ଟ କିମ୍ବା ବି.ପି.ଏଲ., ଅନ୍ତୋଦୟ ଓ ଅନ୍ନପୂର୍ଣ୍ଣା ଚାଉଳ, ଏ.ପି.ଏଲ. ଚାଉଳ, ବି.ପି.ଏଲ. ଚିନି ଏବଂ ଏ.ପି.ଏଲ. ଗହମ କ୍ଷେତ୍ରରେ ପି. ଡି. ରିଟେଲରଙ୍କ ପାଖକୁ  ପଠାଯାଉଛି । କିରୋସିନ ତେଲର ଷ୍ଟକ ବିତରଣ ନିମନ୍ତେ କିରୋସିନ ହୋଲସେଲର ସବ ହୋଲସେଲର ଓ ଖୁଚୁରା ବେପାରିଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଉଛି ।
  • ସମସ୍ତ ଯୋଗାଣ ଓ ବିତରଣ ବ୍ୟବସ୍ଥାକୁ ସିଭିଲ ସପ୍ଲାଇ ବିଭାଗର ସଂଗଠିତ କାର୍ଯ୍ୟ ପ୍ରଣାଳୀ ମାଧ୍ୟମରେ ତଦାରଖ କରାଯାଉଛି । ଏଥିରେ ସିଭିଲ ସପ୍ଲାଇ ଅଫିସର, ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଏବଂ ସପ୍ଲାଇ ଇନିସପେକ୍ଟର ସାମିଲ ରହୁଛନ୍ତି । ବି.ଡି.ଓ. ନିଜ ବ୍ଲକ ଅଞ୍ଚଳ ଏବଂ ଏକ୍ଜିକ୍ୟୁଟିଭ ଅଫିସରମାନେ ସହରାଞ୍ଚଳ ଯୋଗାଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବାବେଳେ ଏ.ଡି.ଏମ. ଓ ଉପଜିଲ୍ଲାପାଳ ଏହି ବ୍ୟବସ୍ଥାକୁ ତଦାରଖ କରୁଛନ୍ତି ।
  • ପ୍ରତି ବ୍ଲକ, ସବ ଡିଭିଜନ ତଥା ଜିଲ୍ଲା ସ୍ତରରେ ଅନୁଧ୍ୟାନକାରୀ ଦଳ ବିଭିନ୍ନ ବିକ୍ରୟ କେନ୍ଦ୍ରକୁ ତଦାରଖ କରିବା ସହିତ ଆବଶ୍ୟକ ସ୍ଥଳେ ଚଢଉ ମଧ୍ୟ କରୁଛନ୍ତି । ବଣ୍ଟନ ବ୍ୟବସ୍ଥାକୁ ଏକ ନିର୍ଦ୍ଧିଷ୍ଟ ଧାରାରେ ପରିଚାଳିତ କରିବା ସହିତ ଉପଭୋକ୍ତମାନଙ୍କ ଅସନ୍ତୋଷର ପ୍ରତିବିଧାନ ତଥା କୌଣସି ଅନିୟମିତତା ଅଭିଯୋଗର ଶୁଣାଣି ନିମନ୍ତେ ବ୍ୟବସ୍ଥା ରହିଛି ।
  • ୨୦୦୦ ମସିହାଠାରୁ ଜିଲ୍ଲାର ପ୍ରକୃତ ଚାଷୀଙ୍କ ଧାନ କିଣାଯାଉଛି। ଓ.ଏସ.ସି.ଏସ.ସି. ଲିମିଟେଡ, ନାଫେଡ଼, ମାର୍କଫେଡ, ପି.ଏ.ସି.ଏସ. ଏବଂ ଏଫ.ସି.ଆଇ. ଭଳି ରାଜ୍ୟସ୍ତରୀୟ ଏଜେନସୀମାନେ ଚାଷୀମାନଙ୍କଠାରୁ ଧାନ କିଣିବା ସହିତ ସେମାନଙ୍କୁ ସର୍ବନିମ୍ନ ସମର୍ଥନ ମୂଲ୍ୟ ପ୍ରଦାନ କରାଯାଉଛି । ଚାଉଳ କଳର ମଲିକାମାନେ ମଧ୍ୟ ଲେଭୀ ବ୍ୟବସ୍ଥା ଅନୁଯାୟୀ ଚାଷୀମାନଙ୍କଠାରୁ ଧାନ କିଣୁଛନ୍ତି । ଓ.ଏସ.ସି.ଏସ.ସି. ଦ୍ଵାରା ଗଚ୍ଛିତ ଚାଉଳ ହିଁ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ମାଧ୍ୟମରେ ଖାଉଟିମାନଙ୍କୁ ସିଧାସଳଖ ଯୋଗାଇ ଦିଆଯାଏ ଏବଂ ଅନ୍ୟ ଏଜେନ୍ସୀ ତଥା ମିଲରମାନଙ୍କ ଚାଉଳସବୁ ସେଣ୍ଟ୍ରାଲ ପୁଲ ଆକାଉଣ୍ଟ ଅଧିନରେ ଏଫ.ସି.ଆଇ. କୁ ପ୍ରଦାନ କରାଯାଇଥାଏ ।
  • ସରକାରଙ୍କ ଖାଦ୍ୟ ଓ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏଥିପାଇଁ ଓଡିଶା ଖାଉଟି କଲ୍ୟାଣ ପାଣ୍ଠି ଅଧିନରେ ଆବଶ୍ୟକ ଅର୍ଥ ଆବଣ୍ଟନ କରାଯାଇଥାଏ । ଏହି ପାଣ୍ଠି ଭି.ସି.ଓ.ମାନଙ୍କ ଦ୍ଵାରା ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଏବଂ ଉପଭୋକ୍ତା ସଂରକ୍ଷଣ ନିୟମ ବାବଦରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ସଭା, ଶୋଭାଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ନିମନ୍ତେ ମଧ୍ୟ ବିନିଯୋଗ ହୋଇଥାଏ ।

ଶେଷ ଅଧୁନାତନ: ୨୬-୦୫-୨୦୧୨