• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲା ଓଡିଶାର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଅଗ୍ରଣୀ ନଗରୀ ହିସାବରେ ଜଣା । ଏହି ଜିଲ୍ଲାର ଅଧିକାଂଶ ମାନବ ସମ୍ବଳ ଓ ପ୍ରାକୃତିକ ସମ୍ବଳ, ଏହାର ଜ୍ଞାନବତ୍ତା ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଛି ଏବଂ ଭବିଷ୍ୟତରେ ହେଉଥିବ ମଧ୍ୟ । ରାଜ୍ୟର ରାଜଧାନୀ ଭୁବନେଶ୍ଵର କେବଳ ଏହି ଜିଲ୍ଲାର ନୁହେଁ ବରଂ ସାରା ରାଜ୍ୟର ବଡ ସହର । ଏହି ଜିଲ୍ଲାର ସମସ୍ତ ଅର୍ଥନୈତିକ ଅଭିବୃଦ୍ଧି ଭୁବନେଶ୍ଵରର ବିକାଶ ଦ୍ଵାରା ହିଁ ସମ୍ଭବ ହେଉଛି, ସେ ହୁଏତ ଭିତ୍ତିଭୂମି ହେଉ, ଶିଳ୍ପ ହେଉ, ଶିକ୍ଷା ବା ସ୍ୱାସ୍ଥ୍ୟ ହେଉ ଅଥବା ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ହେଉ ବା ଅନ୍ୟ କେଉଁ କ୍ଷେତ୍ର ହେଉ । ମୁଖ୍ୟ ଭିତ୍ତିଭୂମି ମଧ୍ୟରେ ଫର୍ଚୁନ ଟାୱାର, ଇଡକୋ ଟାୱାର ଏବଂ ଅସଂଖ୍ୟ ବଡ ବଡ କୋଠାଘର ଯାହାସବୁ ବର୍ଦ୍ଧିତ ଜନସଂଖ୍ୟାକୁ ସୁରକ୍ଷା ଦେଉଛି ଏବଂ ବଡ ବଡ ଶିଳ୍ପ ପ୍ରତିଷ୍ଠାନ ଅର୍ଥନୀତିକୁ ପ୍ରଭାବିତ କରୁଛି । ଏହାଛଡା ଅନେକ ଶିଳ୍ପାଞ୍ଚଳ ଯଥା – ମଞ୍ଚେଶ୍ଵର ଶିଳ୍ପାଞ୍ଚଳ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଏହି ଜିଲ୍ଲାରେ କାର୍ଯ୍ୟ କରୁଛି । ଅନେକ ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହି ଜିଲ୍ଲାରେ ଆରମ୍ଭ ହୋଇଛି ଯାହା ଖେଳ ସ୍କୁଲରୁ ଆରମ୍ଭକରି ଡାକ୍ତରୀ ପଢିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନାମଲେଖାଇ ସେମାନଙ୍କର ଦକ୍ଷତାକୁ ପୂର୍ଣ୍ଣମାତ୍ରାରେ ବିନିଯୋଗ କରାଯାଇ ଜିଲ୍ଲାର ଅର୍ଥନୀତିକୁ ସମୃଦ୍ଧ କରିପାରୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇ ଆଇ ଟି, କିଟ, ଏକ୍ସ ଆଇ ଏମ ବି, ଆଇ ଆଇ ଆଇ ଟି ଆଦି ଏହି ଶିକ୍ଷାନୁଷ୍ଠାନର ଉଦାହରଣ । ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଆଇ. ଟି. କମ୍ପାନୀ ସେମାନଙ୍କର କାର୍ଯ୍ୟ।ଳୟ ଏହି ଜିଲ୍ଲାରେ ପ୍ରତିଷ୍ଠା କରିଛନ୍ତି ଯେଉଁଥିରୁ କି ଅନେକ ଛାତ୍ରଛାତ୍ରୀ ସ୍ନାତକ ଡିଗ୍ରୀ କରି ଫଳପ୍ରଦ ନିଯୁକ୍ତି ପାଇପାରୁଛନ୍ତି । ଏହାଛଡା ଏହି ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏମିତି ଏକ ମାଧ୍ୟମ ଯେଉଁଥିରୁ କି ଏହି ଜିଲ୍ଲା ମୂଲ୍ୟବାନ ରାଜସ୍ୱ ପାଇପାରୁଛି ।

କେତେକ ମୁଖ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପ୍ରମୋଦ ଉଦ୍ୟାନ ତିଆରି କରୁଛନ୍ତି ଅସଂଖ୍ୟ ଆଇଟି କମ୍ପାନୀମାନଙ୍କୁ ଏଠାରେ ରଖି ବ୍ୟବସାୟ କରିବା ଉଦ୍ଦେଶ୍ୟରେ । ଏହି ଜିଲ୍ଲାରେ ଥିବା ଅନେକ ବଡ ବଡ ମନ୍ଦିର, ରାଜ୍ୟର ପର୍ଯ୍ୟଟନ ଶିଳ୍ପରୂପେ ଏହାର ଅର୍ଥନୈତିକ ବିକାଶରେ ସହଯୋଗ କରୁଛନ୍ତି । ଭୁବନେଶ୍ଵର ଏବେ ରାଜ୍ୟର ଅଗ୍ରଣୀ ଶିଳ୍ପକ୍ଷେତ୍ର ପାଲଟିଛି । ଖୋର୍ଦ୍ଧା ମଧ୍ୟ ହସ୍ତଶିଳ୍ପରେ ଏକ ନମ୍ବର ଜିଲ୍ଲା ରୂପେ ପରିଗଣିତ ହେଲାଣି, ଏଠାରେ ତିଆରି ଲୁଙ୍ଗି, ଶାଢୀ ଓ ଗାମୁଛାର ଚାହିଦା ଖାଲି ଓଡିଶା ନୁହେଁ, ସାରା ଭାରତକୁ ବ୍ୟାପିବାରେ ଲାଗିଲାଣି ।ନୀଳାଦ୍ରିନାଥ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରିଧାନ ପାଇଁ ଖୋର୍ଦ୍ଧାର ରାଉତପାଟଣାରୁ ବିବିଧ ପ୍ରକାରବସନ ଯାଉଛି। ଭୂମି, ଶ୍ରମ ଓ ପୁଞ୍ଜିକୁ ପାଥେୟ କରି ସରକାର ଏହି ଜିଲ୍ଲାରେ ଦୀର୍ଘକାଳୀନ ପୁଞ୍ଜିଲଗାଣ କାର୍ଯ୍ୟକ୍ରମ ବିଭିନ୍ନ କ୍ଷେତ୍ରରେ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଏହା ଏବେ ଧୀରେ ଧୀରେ ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ସଂପ୍ରସାରିତ କରାଯିବ । ଅନେକ ବ୍ୟକ୍ତିଗତ ପୁଞ୍ଜିଲଗାଣ ମଧ୍ୟ ଚାଲୁହେଲାଣି ଯଦ୍ୱାରା ବିକାଶର ସମ୍ଭାବନା ଦ୍ରୁତ ହୋଇପାରିବ ।