• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜେନେରାଲ ମ୍ୟାନେଜର ଡି. ଆଇ. ସି.

ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ଡି. ଆଇ. ସି. ହେଉଛି ରାଜ୍ୟ ଶିଳ୍ପ ବିଭାଗର ଏକ ନୋଡାଲ ଏଜେନ୍ସି, ଯାହାକି ଜିଲ୍ଲା ସ୍ତରରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ, ଖାଦ୍ୟ ଓ ଗ୍ରାମଦ୍ୟୋଗ ଆଦିକୁ ପ୍ରତ୍ସାହିତ କରିବା ସହିତ ଏ ସବୁର ବିକାଶ ଦିଗରେ ଉଦ୍ୟମ କରିଥାଏ ତଥା ଏ ସମସ୍ତ ଉଦ୍ୟୋଗ ମାଧ୍ୟମରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ଏବଂ ମରାମତି କାର୍ଯ୍ୟକୁ ମଧ୍ୟ ସହାୟତା ପ୍ରଦାନ କରିଥାଏ ।

କାର୍ଯ୍ୟାବଳୀ

  • ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରିବା ।
  • ପ୍ରକଳ୍ପକୁ ଚିହ୍ନଟ କରିବା ।
  • ପ୍ରକଳ୍ପ ବିବରଣୀ ବା ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତିରେ ସହଯୋଗ କରିବା ।
  • ନୂତନ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ମେମୋରେଣ୍ଡମ ବା ଉଦ୍ୟୋଗୀଙ୍କ ଜ୍ଞାପନ ପତ୍ର (ଭାଗ -୧) କୁ ମଞ୍ଜୁର କରିବା ।
  • ଏଥିପାଇଁ ବ୍ୟାଙ୍କ ତଥା ଆର୍ଥିକ ପ୍ରତିଷ୍ଠାନକୁ ମିଆଦି ଋଣ ଏବଂ ଅନ୍ୟ ଋଣ ଲାଭ ନିମନ୍ତେ ସୁପାରିଶ କରିବା ।
  • ଏଥିପାଇଁ ଆବଶ୍ୟକ ଜମି ଓ ଗୃହ ନିମନ୍ତେ ଶିଳ୍ପ ଉନ୍ନୟନ ନିଗମ (ଇଡକୋ) ଏବଂ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରିବା ।
  • ବିଦ୍ୟୁତ ବିଭାଗ (ସେସୁ) କୁ ବିଦ୍ୟୁତ ଯୋଗାଣ ନିମନ୍ତେ ସୁପାରିଶ କରିବା ।
  • ସେଲ ଟାକ୍ସ କର୍ତ୍ତୁପକ୍ଷଙ୍କୁ ଜି. ଏସ. ଟି. ପଞ୍ଜିକରଣ ନିମନ୍ତେ ସୁପାରିଶ କରିବା । ପ୍ରଦୂଷଣ ଅନୁମୋଦନ ନିମନ୍ତେ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) କୁ ସୁପାରିଶ କରିବା ।
  • ଉତ୍ପାଦନ ଆରମ୍ଭ କରିଥିବା ଉଦ୍ୟୋଗମାନଙ୍କର ଏଣ୍ଟାର ପ୍ରିନିଅର୍ସ ମେମୋରେଣ୍ଡମ ବା ଉଦ୍ୟଗୀଙ୍କ ଜ୍ଞାପନ ପତ୍ର (ଭାଗ- ୨) କୁ ମଞ୍ଜୁର କରିବା ।
  • ଉଦ୍ୟୋଗ ପାଇଁ କଞ୍ଚାମାଲ ଆଦି ଖରିଦ କରିବା ସମୟରେ ଏଣ୍ଟ୍ରି ଟାକ୍ସ ଏବଂ ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ଟାକ୍ସରୁ ମୁକ୍ତି ଦେବା ବା ରିହାତି ପ୍ରଦାନ କରିବା ସହିତ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ।
  • ଇ. ଡି. ରୁ ଅବ୍ୟାହତି ଦେବା ନିମନ୍ତେ ବିଦ୍ୟୁତ ବିଭାଗକୁ ସୁପାରିଶ କରିବା ।
  • ଉଦ୍ୟୋଗ ସ୍ଥାପନ ନିମନ୍ତେ କୃଷି ଭୂମିର କିସମ ପରିବର୍ତ୍ତନ ନିମନ୍ତେ ପ୍ରିମିୟମ ଦେୟରୁ ରିହାତି ଦେବା ନିମନ୍ତେ ରାଜସ୍ୱ ବିଭାଗକୁ ସୁପାରିଶ କରିବା ।
  • ଉଦ୍ୟୋଗରେ ନିର୍ମିତ ହେଉଥିବା ଦ୍ରବ୍ୟର ବିକ୍ରି ନିମନ୍ତେ ବଜାର ସୁବିଧା ଉପଲବ୍ଧ କରାଇବା ।
  • ଉତ୍ପାଦିତ ଦ୍ରବ୍ୟର ଗୁଣମାନ ପ୍ରମାଣପତ୍ର (କ୍ଵାଲିଟୀ ସାର୍ଟିଫିକେଟ) ପ୍ରାପ୍ତ କରିବା ନିମନ୍ତେ ସହଯୋଗ କରିବା ଏବଂ ଏଥିପାଇଁ ଆର୍ଥିକ ସାହାର୍ଯ୍ୟ (ସବସିଡି) ଅନୁମୋଦନ କରିବା
  • “ଟେକନିକାଲ ନୋ ହାଓ ବିନିଫିଟ” ବା ପ୍ରଯୁକ୍ତି ବିଦ୍ୟାରୁ କିଭଳି ଲାଭ ଉଠାଯାଇପାରିବ ଏହାର ଜ୍ଞାନ ପ୍ରଦାନ କରିବା ।
  • ପ୍ୟାଟେଣ୍ଟ ରେଜିଷ୍ଟ୍ରେସନ କରାଇବାରେ ସାହାର୍ଯ୍ୟ କରିବା ।
  • ସମସ୍ତ ସ୍ଥାନୀୟ ଉଦ୍ୟୋଗକୁ ଇ. ପି. ଏମ. ରେଜିଷ୍ଟ୍ରେସନ ନିମନ୍ତେ ସହାୟତା କରିବା । ବିଭିନ୍ନ ଷ୍ଟୋର ପରଚେଜ ଆଇଟମ ଯୋଗାଣ ନିମନ୍ତେ ରାଜ୍ୟ ସରକାର ଏବଂ ବିଭିନ୍ନ ଏଜେନ୍ସିଙ୍କଠାରୁ ଅର୍ଡର ପ୍ରାପ୍ତ କରିବା ।
  • କ୍ଲଷ୍ଟର ଡେଭେଲପମେଣ୍ଟ ମାଧ୍ୟମରେ ଏକା ପ୍ରକାରର ଶିଳ୍ପ ଉଦ୍ୟୋଗମାନଙ୍କର ସାମୂହିକ ବିକାଶ ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି, ଯଦ୍ଵାରା ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଥିବା ଦେଶର ବଡ ବଡ ଶିଳ୍ପ ପ୍ରତିଷ୍ଠାନ ସହିତ ପ୍ରତିଦ୍ୱନ୍ଦିତା କରିବା ସହିତ ଲାଭାନ୍ଵିତ ହୋଇପାରିବେ ।

କ୍ଷୁଦ୍ର ଶିଳ୍ପ ସଂଖ୍ୟା:

-୧,୯୯୫