• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜାତି ପ୍ରମାଣ ପତ୍ର କଣ ?

ଜାତି ପ୍ରମାଣ ପତ୍ର ହେଉଛି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅନୁସୂଚିତ ଜାତି ବା ଜନଜାତିର ହୋଇଥିବାର ପ୍ରମାଣ
କଣ ପାଇଁ ଏହା ଦରକାର ?
ଜାତି ପ୍ରମାଣ ପତ୍ର ନିମ୍ନଲିଖିତ କାରଣମାନଙ୍କ ପାଇଁ ଦରକାର : –

  • ବିଧାନ ସଭା ଓ ସରକାରୀ ଚାକିରୀରେ ସଂରକ୍ଷିତ ପଦ ପାଇଁ ।
  • ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଦରମା ସଂପୂର୍ଣ୍ଣ ବା ଆଂଶିକ ଭାବେ ଛାଡ ପାଇଁ ।
  • ଚାକିରୀ ପାଇଁ ଆବେଦନ ବେଳେ ସର୍ବୋଚ୍ଚ ବୟସ ସୀମା କୋହଳ ପାଇଁ ।

ଓଡିଶା ଜାତି ପ୍ରମାଣ ପତ୍ର (ଅନୁସୂଚିତ ଜାତି ଓ ଜନଜାତି ପାଇଁ) ନିୟମ, ୧୯୮୦ ଆଧାରରେ ଏହା ପ୍ରଦାନ କରାଯାଇଥାଏ ।
ଯୋଗ୍ୟତା
ଭାରତୀୟ ସମ୍ବିଧାନର ୩୪୧ ଧାରା ଅନ୍ତର୍ଗତ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ ଏବଂ ୩୪୨ ଧାରା ଅନ୍ତର୍ଗତ ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ, ୧୯୫୦ ତଥା ପରବର୍ତ୍ତୀ ସମ୍ବିଧାନ ସଂଶୋଧନରେ ସ୍ଥାନ ପାଇଥିବା ଜାତିର ବ୍ୟକ୍ତିମାନେ ଏହି ପ୍ରମାଣ ପତ୍ର ପାଇବାକୁ ହକଦାର ।

ସମ୍ପୃକ୍ତ ବିଭାଗ

  • ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ।
  • ଓଡିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

କିପରି ଆବେଦନ କରାଯିବ ?

  • ଫାରମ – I ରେ ଟ ୩.୦୦ ର କୋର୍ଟ ଫି ଲଗାଇ ଆବେଦନ କରିବାକୁ ହେବ ।
  • ତହସିଲଦାର/ ଅତିରିକ୍ତ ତହସିଲଦାରଙ୍କ ଆଦେଶରେ ରାଜସ୍ଵ ନିରୀକ୍ଷକ କ୍ଷେତ୍ର ତଦନ୍ତ କରିବେ ଓ ଆବେଦନକାରୀଙ୍କ ଜମିଜମା କାଗଜ ପତ୍ର ତନଖି କରି ତଦନ୍ତ ରିପୋର୍ଟ ଦାଖଲ କରିବେ ।
  • ବେଳେବେଳେ ତହସିଲଦାର/ ଅତିରିକ୍ତ ତହସିଲଦାର କ୍ଷେତ୍ର ତଦନ୍ତ ଭାର ରାଜସ୍ଵ ସୁପରଭାଇଜରଙ୍କ ଉପରେ ନ୍ୟାସ୍ତ କରିପାରିବେ ।
  • ଦରକାର ପଡିଲେ ତହସିଲଦାର/ ଅତିରିକ୍ତ ତହସିଲଦାର ନିଜେ କ୍ଷେତ୍ର ତଦନ୍ତ କରିପାରିବେ ।

କେଉଁଠି ଆବେଦନ କରିବେ ?

ସମ୍ପୃକ୍ତ ତହସିଲ ଅଫିସ
ଦରକାରୀ କାଗଜ ପତ୍ର

  • ପଟ୍ଟାର ନକଲ
  • ସତ୍ୟପାଠ
  • ଭୋଟର ପରିଚୟ ପତ୍ରର ନକଲ

ପ୍ରମାଣ ପତ୍ର ଦିଆଯିବାର ସମୟ ସୀମା

୩୦ ଦିନ

କ୍ଷମତା ପ୍ରାପ୍ତ ଅଧିକାରୀ

ନିମ୍ନଲିଖିତ ଅଧିକାରୀମାନେ ସେମାନଙ୍କ ଅଧୀନସ୍ଥ ଅଧିକାର କ୍ଷେତ୍ର ପାଇଁ ଜାତି ପ୍ରମାଣ ପତ୍ର ପ୍ରଦାନ କରିପାରିବେ ।

  • ଜିଲ୍ଲାପାଳ
  • ଅତିରିକ୍ତ ଜିଲ୍ଲାପାଳ
  • ସବ-ଡିଭିଜନାଲ ମାଜିଷ୍ଟ୍ରେଟ/ ସବ-ଡିଭିଜନାଲ ଅଧିକାରୀ
  • କାର୍ଯ୍ୟନିର୍ବାହୀ ଅଧିକାରୀ
  • ରାଜସ୍ଵ ଅଧିକାରୀ (ତହସିଲଦାର/ ଅତିରିକ୍ତ ତହସିଲଦାରଙ୍କ ଠାରୁ ତଳ ସ୍ତରର ନୁହେଁ)
  • ସମସ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ

କାହା ପାଖରେ ଅଭିଯୋଗ କରାଯିବ ?

ଜିଲ୍ଲାପାଳ/ କଲେକ୍ଟରଙ୍କ ତଳସ୍ତରର କୌଣସି କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ପ୍ରଦତ୍ତ ଜାତି ପ୍ରମାଣ ପତ୍ର ସଂକ୍ରାନ୍ତ ଆଦେଶରେ କ୍ଷୁବ୍ଧ ବ୍ୟକ୍ତି ସମ୍ପୃକ୍ତ ଜିଲ୍ଲାପାଳ/ କଲେକ୍ଟରଙ୍କ ନିକଟରେ ତଥା ଜିଲ୍ଲାପାଳ/ କଲେକ୍ଟରଙ୍କ ପ୍ରଦତ୍ତ ମୂଳ ଆଦେଶରେ କ୍ଷୁବ୍ଧ ବ୍ୟକ୍ତି ସମ୍ପୃକ୍ତ ଡିଭିଜନର ରାଜସ୍ଵ କମିଶନରଙ୍କ ନିକଟରେ ଆଦେଶ ପ୍ରାପ୍ତିର ୩୦ ଦିନ ମଧ୍ୟରେ ପୁର୍ନବିଚାର ପାଇଁ ଆବେଦନ କରିପାରିବେ ।

ଯାଆନ୍ତୁ: http://edistrictodisha.gov.in

ତହସିଲ କାର୍ଯ୍ୟାଳୟ

ସ୍ଥାନ : ପ୍ରତ୍ୟକ ତହସିଲ କାର୍ଯ୍ୟାଳୟ | ସହର : ଭୁବନେଶ୍ଵର | ପିନ କୋଡ୍ : ୭୫୧୦୦୧