• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others, ଧାର୍ମିକ

ଭାରତର ମନ୍ଦିର ମାଳିନୀ ସହର ଭୁବନେଶ୍ଵର ହେଉଛି ଓଡିଶାର ରାଜଧାନୀ । ଏହା ବିଶ୍ଵାସ କରାଯାଏ ଯେ, ଭୁବନେଶ୍ଵରର ଏକାମ୍ର ବନରେ ପାଖାପାଖି ୭୦୦୦ ମନ୍ଦିର ଅଛି । ପ୍ରାଚୀନକାଳର ସ୍ମୃତିଚାରଣରୁ ଜଣାଯାଏ ଯେ, ଷଷ୍ଠ ଶତାଦ୍ଧୀର ବିଶାଳ ଲିଙ୍ଗରାଜ ମନ୍ଦିର ଏହି ଭୁବନେଶ୍ଵରରେ ଅବସ୍ଥିତ । ଶତାଦ୍ଧୀ ଶତାଦ୍ଧୀ ଧରି ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଆସିଛି ଏବଂ ଦ୍ଵାଦଶ ଓ ତ୍ରୟୋଦଶ ଶତାଦ୍ଧୀରେ ବିନ୍ଦୁ ସରୋବରର ଦକ୍ଷିଣରେ ଅନନ୍ତ ବାସୁଦେବ ମନ୍ଦିର ନିର୍ମିତ ହୋଇଛି । ଖ୍ରୀ. ପୂ. ୧ମ ଶତାଦ୍ଧୀ ଜୈନ ପ୍ରାଧାନ୍ୟରେ ଖଣ୍ଡଗିରୀ ଓ ଉଦୟଗିରୀର ବାସ୍ତୁ ଶିଳ୍ପିୟ ସ୍ଥାପତ୍ୟ ବିଦ୍ୟାର ସୌନ୍ଦର୍ଯ୍ୟର ପ୍ରସାର ଘଟିଛି । କାଞ୍ଜିଆ ହ୍ରଦର ଉତ୍ତର ପଟେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏକ ମନୋରମ ପ୍ରାକୃତିକ ଦୃଶ୍ୟ ସୃଷ୍ଟିକରେ । ଆଧୁନିକ ଭୁବନେଶ୍ଵର ଏହାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର, ସଫ୍ଟୱେରର ପାର୍କ ଏବଂ ଆଦର୍ଶ ସମ୍ମିଳନୀ କକ୍ଷ ରୂପେ ସୁନାମ ଅର୍ଜନ କରିଛି ।

ବିମାନ ମାର୍ଗରେ
ଭାରତୀୟ ଆକାଶ ପଥ ଦ୍ଵାରା ଦୈନନ୍ଦିନ ଭିତ୍ତିରେ ଭୁବନେଶ୍ଵର ଦିଲ୍ଲୀ, ଚେନ୍ନାଇ, ବାରଣାସୀ, ନାଗପୁର, କଲିକତା ଏବଂ ବିଶାଖାପାଟଣାକୁ ସଂଯୋଗ କରୁଛି । ଭୁବନେଶ୍ଵର ଠାରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ଦୈନନ୍ଦିନ କଲିକତା ଏବଂ ଦିଲ୍ଲୀକୁ ସଂଯୋଗ କରୁଛି । ସ୍ଥାନୀୟ ଆକାଶ ପଥ ହିସାବରେ ଭାରତୀୟ ଜେଟ ଏୟାରୱ୍ବେ

ସଡ଼କ ପଥରେ
ଜାତୀୟ ରାଜପଥ ଦ୍ଵାରା ଭୁବନେଶ୍ଵର ଭାରତର ଅବଶିଷ୍ଟ ବଡ ବଡ ସହର ସହିତ ଉତ୍ତମ ରୂପେ ସଂଯୋଗ ହୋଇଛି । ଭୁବନେଶ୍ଵରର ନୂଆ ବସଷ୍ଟାଣ୍ଡ, ବରମୁଣ୍ଡା, ୧୬ ନଂ ଜାତୀୟ ରାଜପଥ ଠାରେ, ମୁଖ୍ୟ ସହରଠାରୁ ୬ କି. ମି. ଦୂରରେ ଅବସ୍ଥିତ ।

ରେଳଗାଡ଼ିରେ
ପାଖ ରେଳ ଷ୍ଟେସନ ହେଉଛି ଖୋର୍ଦ୍ଧା ରୋଡ, ଯାହାକି ୧୪ କି. ମି. ଦୂର ଟ୍ୟାକ୍ସି ଓ ଅଟୋରିକ୍ସା ଷ୍ଟେସନରୁ ଭଡା କରି ଯାଇପାରିବେ ।

ଇସ୍କନ ମନ୍ଦିର , ଲିଙ୍ଗରାଜ ମନ୍ଦିର , ରାଜାରାଣୀ ମନ୍ଦିର , ବିନ୍ଦୁ ସାଗର , ମୁକ୍ତେଶ୍ଵର ମନ୍ଦିର