• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : More on Tourisim, Others

୧୯୭୩ ମସିହାରେ କଳିଙ୍ଗ ନିପୋ ବୁଦ୍ଧସଂଘ ଶାନ୍ତି ପାଗୋଡା ତିଆରି କରିଥିଲେ, ଯାହା ପରବର୍ତ୍ତୀ ସମୟରେ ସମ୍ରାଟଙ୍କର ହୃଦୟର ପରିବର୍ତ୍ତନର ସ୍ମୃତି ରକ୍ଷା କରିଥିଲା । ଅଶୋକଙ୍କର ଧଉଳି ପ୍ରତି ସ୍ଵତନ୍ତ୍ର ଦୁର୍ବଳତା ଥିଲା ଯେଉଁଠାରେ କି ଯୁଦ୍ଧ ସଂଗଠିତ ହୋଇଥିଲା । ଯୁଦ୍ଧ ପରେ ଅନେକ ମୃତକଙ୍କର ରକ୍ତରେ ଦୟା ନଦୀର ଜଳ ଲାଲ ହୋଇଯାଇଥିଲା, ଯାହାକି ଅଶୋକଙ୍କର ଏହି ଯୁଦ୍ଧରେ ଭୟର ମାତ୍ରାକୁ ଅନୁଭବ କରାଇବାରେ ବହୁଗୁଣିତ କରିଥିଲା । ବୁଦ୍ଧଙ୍କ କାର୍ଯ୍ୟକଳାପ ପାଇଁ ଧଉଳି ଏକ ମୁଖ୍ୟକେନ୍ଦ୍ର ହୋଇଥିଲା । ସେ ସେଠାରେ ଅନେକ ଚୈତ୍ୟ, ସ୍ତୂପ ଏବଂ ସ୍ତମ୍ଭ (ତୋରଣ) ତିଆରି କରିଥିଲେ । ଏକାନ୍ତବାସୀମାନଙ୍କ ପାଇଁ ସେ ପଥର ଖୋଦେଇ ବାସଗୃହ, ରାଜକର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଖୋଦିତ କରାଇଥିଲେ । ସାଧାରଣ ଲୋକଙ୍କ ପାଇଁ ଦଣ୍ଡ ନୀତିର ନିୟମ ଗୁଡିକୁ ବ୍ୟାଖ୍ୟା କରାଇଥିଲେ । ସ୍ତୂପଗୁଡିକ ସମେତ ନିଜ ନୂଆ ସାମ୍ରାଜ୍ୟକୁ ସ୍ଵତନ୍ତ୍ର ପରିଚୟ ଦେଇଥିଲେ ।

 ବିରଙ୍ଗେଶ୍ଵର ମହାଦେବ ଓ ଧବଳେଶ୍ଵର ମହାଦେବ ନାମରେ ଦୁଇଟି ମନ୍ଦିର ଧଉଳିଠାରେ ଅଛି । ଧଉଳିର ଦକ୍ଷିଣ-ପୂର୍ବ ପଟେ ସମ୍ରାଟ ଅଶୋକଙ୍କର ଘୋଷଣାନାମା ପ୍ରାକୃତ ଭାଷାଗୁଡିକ ବ୍ରାହ୍ମୀ ଲିପିରେ ଲିପି ବଦ୍ଧ ହୋଇ ରହିଛି ।

ବିମାନ ମାର୍ଗରେ
ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ଵର ଯାହା ଏଠାରୁ ୬ କି. ମି. ଦୂରରେ ଅବସ୍ଥିତ ।

ସଡ଼କ ପଥରେ
ଭୁବନେଶ୍ଵର ଜାତୀୟ ରାଜପଥ ଦ୍ଵାରା ୪୮୦ କି. ମି. କଲିକତାକୁ ଏବଂ ୧୨୨୫ କି. ମି. ଚେନ୍ନାଇକୁ ସଂଯୋଗ କରୁଛି । ଏହି ଗୁମ୍ଫା ଗୁଡିକ ନିକଟକୁ ଅଳ୍ପ କେତେକ ବସ ଚଳାଚଳ କରୁଥିବାବେଳେ ମୁଖ୍ୟ ରାସ୍ତାଦେଇ ଅନେକ ବସ ଚଳାଚଳ କରୁଛି । ଅନ୍ୟ ପକ୍ଷରେ ଯେ କେହି ବ୍ୟକ୍ତିଗତ କାର କିମ୍ବା ଟାକ୍ସି ଯୋଗେ ଭୁବନେଶ୍ଵର ଠାରୁ ଏଠ

ରେଳଗାଡ଼ିରେ
ପାଖ ରେଳ ଷ୍ଟେସନ ହେଉଛି ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ । ଯାହା ପ୍ରାୟ ୨୦ କି. ମି. ଦୂରରେ ଅବସ୍ଥିତ । ଏହା ଦେଶର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀଗୁଡିକ ସହିତ ଉତ୍ତମ ରୂପେ ସଂଯୋଗିକରଣ ହୋଇଛି ।

Dhauli Hills , Side View , Standing Buddha , Buddha , Shanti Stupa