• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : More on Tourisim, ପ୍ରାକୃତିକ ସୌନ୍ଦର୍ଯ୍ୟ

ଚିଲିକା ପ୍ରାକୃତିକ ସୌନ୍ଦର୍ଯ୍ୟର ରାଣୀ ହେଉଛି ଏସିଆ ମହାଦେଶର ସର୍ବ ବୃହତ ଲୁଣି ହ୍ରଦ ଯାହାର ୧୧,୦୦୦ କି. ମି. ପର୍ଯ୍ୟଟକମାନଙ୍କ ପାଇଁ ଏକ ବିରାଟ ଆକର୍ଷଣ ରୂପେ, ମାଛ ଧରିବା, ପକ୍ଷୀମାନଙ୍କୁ ଦେଖିବା, ଜଳକ୍ରୀଡା (ନୌକା ବିହାର) ପ୍ରତୀୟମାନ ହୋଇଛି । ଶୀତଦିନେ ଚିଲିକା ହଜାର ହଜାର ଦେଶୀ-ବିଦେଶୀ ପକ୍ଷୀମାନଙ୍କର କଳରବ ସୃଷ୍ଟି ହୁଏ । ଏହି ପକ୍ଷୀମାନେ ବିଭିନ୍ନ ପ୍ରଜାତିର ଏବଂ ସୁଦୂର ସାଇବେରିଆରୁ ଆସିଥାନ୍ତି । ଚିଲିକାର ଏହି ପୁରାଣ ପ୍ରସିଦ୍ଧ ସୌନ୍ଦର୍ଯ୍ୟ କବିମାନଙ୍କୁ ଏହାର ସୌନ୍ଦର୍ଯ୍ୟ, ଗରିମା ଆଦି ଗାଁ କରିବାକୁ ପ୍ରେରଣା ଯୋଗାଇଛି । ଯାହାକି ବାଲୁଗାଁର ବଡକୂଳଠାରେ ଏହାକୁ ଦେଖି ଉପଭୋଗ ଏବଂ ବିଶ୍ଵାସ କରିହେବ । ଯେ କେହି ଚଳନ୍ତ ରେଳଗାଡି ଏବଂ ଅନ୍ୟାନ୍ୟ ଯାନରୁ ଏହି ଜାଗା ଉପରେ ଦୃଷ୍ଟି ନିକ୍ଷେପ କରିପାରିବ । ଏହାର ପରିବେଶ ଏକ ପ୍ରଶାନ୍ତ ଏବଂ ଅବିଘ୍ନ ବିଶାଳ ନୀଳ ଜଳରାଶି ଏବଂ ଚିରହରିତ ପାହାଡଗୁଡିକ ଉଭୟ ପାଶ୍ଵରେ ରହିଛି । ଏଠାରେ ବିଛୁରିତ ହୋଇଥିବା ଦ୍ଵୀପ ଗୁଡିକର ସମୟ ନାମକରଣ ହୋଇଛି । ଏବଂ ଏଠାରେ ଚାଲୁଥିବା ଜାହାଜଗୁଡିକ ଜୀବନବ୍ୟାପି ସ୍ମୃତିଚାରଣ କରୁଛି ।

ବୁଲିବାର ପ୍ରକୃଷ୍ଟ ସମୟ: ଅକ୍ଟୋବର ରୁ ମାର୍ଚ୍ଚ

ବିମାନ ମାର୍ଗରେ
ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ଵର ଯାହା ବାଲୁଗାଁ ଠାରୁ ୯୮ କି. ମି., ବଡକୂଳଠାରୁ ୧୪୫ କି. ମି., ରମ୍ଭାଠାରୁ ୧୩୦ କି. ମି. ଏବଂ ସାତପଡାରୁ ୧୦୮ କି. ମି. ଦୂର ।

ସଡ଼କ ପଥରେ
ବଡକୂଳ, ରମ୍ଭା ଏବଂ ବାଲୁଗାଁ ୫ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ । ବ୍ରହ୍ମପୁରରୁ ଭୁବନେଶ୍ଵର ଦେଇ ନିୟମିତ ବସ ଚଳଚଳ କରେ, ଯାହାର ରହଣି ସ୍ଥାନ ରମ୍ଭା ଓ ବାଲୁଗାଁ ଅଟେ । ତୀର୍ଥଯାତ୍ରୀମାନେ ଅଟୋ ରିକ୍ସା କିମ୍ବା ଟ୍ୟାକ୍ସି ଯୋଗେ ଏହି ଜାଗାମାନଙ୍କରୁ ଖୁବ କମ ସମୟରେ ଚିଲିକାରେ ପହଞ୍ଚିପାରିବେ ।

ରେଳଗାଡ଼ିରେ
ପାଖ ରେଳ ଶେଷସୀମା ବଡକୂଳ ପାଇଁ ବାଲୁଗାଁ (୬ କି. ମି.) ସାତପଡା ପାଇଁ ପୁରୀ (୫୦ କି. ମି.), ରମ୍ଭା ମଧ୍ୟ ରେଳ ଶେଷ ସୀମା ଅଟେ । ଭୁବନେଶ୍ଵର ମଧ୍ୟ ଚିଲିକା ହ୍ରଦ ବୁଲିବା ପାଇଁ ଅନ୍ୟ ଏକ ରେଳ ଶେଷସୀମା ।

ବରକୁଳ , Barkul , ବରକୁଳ ନୌକା ସ୍ଥାନ , ଚିଲିକା ହ୍ରଦ