• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ, Tour Operators

କଳାମୁଗୁନି ପ୍ରସ୍ତର ନିର୍ମିତ ଚଉଷଠି ଯୋଗିନୀମାନେ ଏହି ତାନ୍ତ୍ରିକ ପୀଠସ୍ଥଳୀରେ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି, କିମ୍ବଦନ୍ତୀ କହେ ଯେ ନବମ ଶତାଦ୍ଧୀରେ ବ୍ରାହ୍ମ ସାମ୍ରାଜ୍ୟର ରାଣୀ ହୀରା ଦେବୀଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ।ଏହି ପୀଠସ୍ଥଳୀଟି ଗୋଲାକାର ଭାବେ ପରିଦୃଶ୍ୟମାନ ସମ୍ପୂର୍ଣ୍ଣତଃ ବାଲୁକା ଓ ପ୍ରସ୍ତର ଉପାଦାନରେ ଏହି ପୀଠସ୍ଥଳୀଟି ନିର୍ମିତ । ଏହି ଗୋଲାକୃତି ଭିତ୍ତିପ୍ରସ୍ତର ମଧ୍ୟରେ ଖୋଲମାନ ନିର୍ମିତ ହୋଇ ଦେବୀମାନଙ୍କର ବିଗ୍ରହକୁ ସଂସ୍ଥାପିତ କରାଯାଇଅଛି । ସେଠାରେ ପ୍ରାୟ ଥିବା ୫୬ଟି ବିଗ୍ରହ କଳାମୁଗୁନି ପଥରରୁ ସେହି ଖୋଲମାନଙ୍କର ଖୋଦେଇ ହୋଇଛି । ମୁଖ୍ୟ ଦେବୀ ମହାକାଳୀଙ୍କୁ ମଧ୍ୟ ଭାଗରେ ସ୍ଥାପିତ କରାଯାଇଛି । ଯେଉଁ ଦେବୀ ମନୁଷ୍ୟର ମସ୍ତକ ଉପରେ ଦଣ୍ଡାୟମାନ ହୋଇ ମନ ଉପରେ ହୃଦୟର ବିଜୟ ବାର୍ତ୍ତା ପ୍ରଦାନ କରୁଛନ୍ତି । ଏହି ମନ୍ଦିରର ମଧ୍ୟ ଭାଗରେ ଚଣ୍ଡୀ ମଣ୍ଡପ ନାମରେ ଏକ ପୂଜା ବେଦୀ ଅଛି ଯାହାର ଚତୁର୍ପାଶ୍ବରେ ଆଉ ଅବଶିଷ୍ଟ ୮ ଦେବୀଙ୍କୁ ସ୍ଥାନିତ କରିଛି । କେତେକ ବିଶ୍ଵାସ କରନ୍ତି ଯେ ଏହି ଚଣ୍ଡୀ ମଣ୍ଡପରେ ମହା ଭୈରବଙ୍କର ମୂର୍ତ୍ତିକୁ ପୂଜା କରାଯାଏ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ଵର ଯାହା ଏଠାରୁ ୨୫ କି. ମି. ଦୂରରେ ଅବସ୍ଥିତ । ଦେଶର ଅନ୍ୟାନ୍ୟ ବଡବଡ ତୀର୍ଥ ସ୍ଥଳୀକୁ ଏହା ସଂଯୋଗ କରେ ।

ସଡ଼କ ପଥରେ
ଭୁବନେଶ୍ଵର ପୁରୀ ୨୦୩ ନଂ ଜାତୀୟ ରାଜପଥଠାରୁ ଏହା ୨୦ କି. ମି. ଦୂରରେ ଏହା ଅବସ୍ଥିତ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ଯାହା ଏଠାରୁ ୨୦ କି. ମି. ଦୂର ।

ଭିତର ଦୃଶ୍ୟ୧- ଚଉଷଠି ଯୋଗିନୀ ମନ୍ଦିର , ଚଉଷଠି ଯୋଗିନୀ ମନ୍ଦିର , ବାହାର ଦୃଶ୍ୟ- ଚଉଷଠି ଯୋଗିନୀ ମନ୍ଦିର