• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ ଆକର୍ଷଣ

ଖଣ୍ଡଗିରୀ ଏବଂ ଉଦୟଗିରୀର ଗୁମ୍ଫାଗୁଡିକ କଳିଙ୍ଗ ସାମ୍ରାଜ୍ୟରେ ଥିବା ଜୈନ ସମ୍ରାଟ ଖାରବେଳଙ୍କର ସ୍ମୃତି ସବୁକୁ ମନେ ପକାଇଦିଏ । ଏଠାରେ ପ୍ରାୟ ପାଖାପାଖି ୪୦ ଟି ପଥର କଟା ଗୁମ୍ଫା ଆରୋଧନା ପୂର୍ଣ୍ଣ ପ୍ରେମମୟ ପରିବେଶ ସୃଷ୍ଟି କରୁଛି ଏବଂ ଦୁଇଟି ପାହାଡ ଏକ ରାସ୍ତା ଦ୍ଵାରା ଅଲଗା ହୋଇଛି । ଏହା ବିଶ୍ଵାସ କରାଯାଏ ଯେ ଖ୍ରୀ. ପୂ. ଷଷ୍ଠ ଶତାଦ୍ଧୀରେ ଜୈନ ଧର୍ମର ପ୍ରତିଷ୍ଠାତା ମହାବୀର ଏହି ଖଣ୍ଡଗିରୀ ଏବଂ ଉଦୟଗିରୀକୁ ପରିଦର୍ଶନରେ ଆସିଥିଲେ । ଖ୍ରୀ. ପୂ. ୨ୟ ଶତାଦ୍ଧୀରେ ବହୁ ପୂର୍ବରୁ ଆଧୁନିକ ପଣ୍ଡିତମାନେ ରାଣୀ ଗୁମ୍ଫା ଓ ହାତୀ ଗୁମ୍ଫାକୁ ଉଦୟଗିରୀଠାରେ ଓଡିଶାର ସଂସ୍କୃତିକୁ ନୃତ୍ୟକଳା ମାଧ୍ୟମରେ ବର୍ଣ୍ଣନା କରାଇଥିଲେ । ସେମାନଙ୍କ ମତରେ ଉଦୟଗିରୀର ଗୁମ୍ଫା ଗୁଡିକ ଆଖଡା ଗୃହ ରୂପେ ପରିଚିତ ଥିଲା । ସମ୍ରାଟ ଖାରବେଳ ଏହି ସଂସ୍କୃତିର ପୃଷ୍ଠପୋଷକ ଭାବରେ ଅତ୍ୟନ୍ତ ବିଶ୍ଵସ୍ତ ଏବଂ ନିଷ୍ଠାବାନ ଥିଲେ । ଏହା ବିଶ୍ଵାସ କରାଯାଏ ଯେ ସେ ଜୈନ ସନ୍ୟାସୀମାନଙ୍କର ବ୍ୟବହାର ପାଇଁ ଏବଂ ସାଂସ୍କୃତିକ ଦୃଶ୍ୟରାଜି ପାଇଁ ଏହି ଗୁମ୍ଫା ଗୁଡିକୁ ନିର୍ମାଣ କରାଇଥିଲେ ।

ବିମାନ ମାର୍ଗରେ
ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ଵର ଯାହା ଏଠାରୁ ୩ କି. ମି. ଦୂରରେ ଅବସ୍ଥିତ । ଏହା ଅନ୍ୟ ଦେଶର ଅନ୍ୟ ତୀର୍ଥସ୍ଥଳୀ ସହିତ ଉତ୍ତମ ଭାବେ ସଂଯୁକ୍ତ ।

ସଡ଼କ ପଥରେ
ଭୁବନେଶ୍ଵର ଜାତୀୟ ରାଜପଥ ଦ୍ଵାରା ୪୮୦ କି. ମି. କଲିକତାକୁ ଏବଂ ୧୨୨୫ କି. ମି. ଚେନ୍ନାଇକୁ ସଂଯୋଗ କରୁଛି । ଏହାର ପାଖ ବସ ରହଣିସ୍ଥାନ ବରମୁଣ୍ଡାରୁ ମାତ୍ରା ୧ କି. ମି. ଦେଇ ଟ୍ୟାକ୍ସି ବା ଅଟୋରେ ଏଠାରେ ପହଞ୍ଚି ପାରିବେ ।

ରେଳଗାଡ଼ିରେ
ପାଖ ରେଳ ଷ୍ଟେସନ ହେଉଛି ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ । ଯାହା ପ୍ରାୟ ୫ କି. ମି. ଦୂରରେ ଅବସ୍ଥିତ ।

ଖଣ୍ଡଗିରି ବାହ୍ୟ ଦୃଶ୍ୟ , ପଥର ଖୋଦେଇ , ଗୁମ୍ଫା ପ୍ରବେଶ ଦ୍ଵାର , ଉଦୟଗିରୀ ଗୁମ୍ଫା , ଗୁମ୍ଫା , ଖଣ୍ଡଗିରି ଗୁମ୍ଫା