• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଦୁଃସାହସିକ କାର୍ଯ୍ୟ, More on Tourisim, ପର୍ଯ୍ୟଟନ ଆକର୍ଷଣ

ଓଡିଶାର ରାଜଧାନୀ ଭୁବନେଶ୍ଵର ଠାରୁ ୨୦ କି. ମି. ଦୂରରେ ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ଅବସ୍ଥିତ । ନନ୍ଦନକାନନର ଅର୍ଥ ହେଉଛି ପ୍ରମୋଦକାମନ, ଏହା ପ୍ରବେଶ ମାତ୍ରକେ ଅନୁଭୂତ ହୋଇଥାଏ । କାଞ୍ଜିଆ ହ୍ରଦ କୂଳରେ ଏବଂ ପ୍ରାକୃତିକ ବନାନୀର ମଧ୍ୟଭାଗରେ ଏହାର ଅବସ୍ଥିତ । ଏହି ଚିଡିଆଖାନାରେ ଥିବା ଧଳା ରାଜକୀୟ ବେଙ୍ଗଲ ଟାଇଗର ପ୍ରଜନନ କେନ୍ଦ୍ର ଓ ସିଂହ ବାଘ ପାଇଁ ଥିବା ଭିନ୍ନ ଭିନ୍ନ ଯନ୍ତାମାନ ରହି ଜନମନକୁ ଆକର୍ଷିଣ କରୁଥିବାରୁ ଏହା ଆନ୍ତର୍ଜାତୀକ ସ୍ତରରେ ଖ୍ୟାତି ଲାଭ କରିଛି । ଏହି ପ୍ରାଣୀ ଉଦ୍ୟାନର ଉତ୍ତର ପାଶ୍ଵରେ ଏକ ଉଦ୍ଭିଦ ଉଦ୍ୟାନ ଯାହାକି କାଞ୍ଜିଆ ଉପକୂଳବର୍ତ୍ତୀ ତଥା ପ୍ରେମିକ ପ୍ରେମିକା ଯୁଗଳର ନୌକା ବିହାର ଜନିତ ଆଲ୍ଲାଦ ପ୍ରଦାନରେ ସହାୟକ ହୋଇଥାଏ । ଗଜା ରୋହଣ, ଖେଳଣା ରେଳଗାଡି ଓ ଦଉଡି ହାନ୍ଦୋଳା ଯାତାୟାତ ଏଠାରେ ମଧ୍ୟ ଉପଲବ୍ଧ ।

ବିମାନ ମାର୍ଗରେ
ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ଵର ଯାହା ଏଠାରୁ ୨୦ କି. ମି. ଦୂରରେ ଅବସ୍ଥିତ । ଦେଶର ଅନ୍ୟାନ୍ୟ ନାମୀ ଦାମୀ ତୀର୍ଥ ସ୍ଥଳୀକୁ ଏହା ସଂଯୋଗ କରୁଛି ।

ସଡ଼କ ପଥରେ
ଭୁବନେଶ୍ଵର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ଯାହାକି କଲିକତାକୁ ୪୮୦ କି. ମି. ଏବଂ ଚେନ୍ନାଇକୁ ୧୨୨୫ କି. ମି. ରାସ୍ତା ସଂଯୋଗ କରେ । ଏହି ରାଜପଥ ଜୟଦେବ ବିହାର ଛକରୁ ମାତ୍ର ୧୩ କି. ମି. ଦୂରରେ ଏହା ଅବସ୍ଥିତ ।

ରେଳଗାଡ଼ିରେ
ସମୀପସ୍ଥ ରେଳ ଷ୍ଟେସନ ହେଉଛି ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ଯାହା ଏଠାରୁ ୧୮ କି. ମି. ଦୂର । ବାରଙ୍ଗଠାରୁ ଏହା ୧ କି. ମି. ଦୂରରେ ଅବସ୍ଥିତ ।

ଜିରାଫ , ପାଇଥନ , ରୋପ ୱେ , ଟୟ ଟ୍ରେନ , ସରୀସୃପ ଉଦ୍ୟାନ